କରୋନା କଟକଣା ଭାଙ୍ଗିବା ଅଭିଯୋଗ: ୨୪୫ ମାମଲା ରୁଜୁ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୨୧ ଦିନିଆ କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଭିନ୍ନ ଛକ ସ୍ଥାନରେ ପୋଲିସମାନେ ଗାଡ଼ିମୋଟର ଯାତାୟାତ ଉପରେ ନଜର ରଖିଛନ୍ତି। ଏସବୁ ମଧ୍ୟରେ କରୋନା ସମ୍ପର୍କିତ କଟକଣା ଭାଙ୍ଗିବା ଅଭିଯୋଗରେ ୨୪୫ଟି ମାମଲା ରୁଜୁ ହୋଇଛି। ସେଥିରୁ ଲକ୍‌ ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ୨୨୯ଟି ମାମଲା ରୁଜୁ କରାଯାଇଥିବା ବେଳେ ହୋମ କ୍ୱାରାଣ୍ଟାଇନ ନିୟମ ଭାଙ୍ଗି ୬ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିଭଳି ଅନ୍ୟାନ୍ୟ ନିୟମ ଭାଙ୍ଗିବା ଯୋଗୁ ୧୦ଟି ମାମଲା ରୁଜୁ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି।

Share