କରୋନା କବଳରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

କାନବେରା,୧୩।୩: ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭାଇରସର ଭୟାବହତା। କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ କରୋନା ଭାଇରସରେ ପୀଡ଼ିତ ଥିବା ଖବର ଆସିବା ପରେ ଏବେ ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ ମଧ୍ୟ କରୋନା ଭାଇରସରେ ପୀଡ଼ିତ ଥିବା ସୂଚନା ମିଳିଛି। ଯଦିଓ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ ତଥାପି ଅଷ୍ଟ୍ରେଲିଆ ଗଣମାଧ୍ୟମର ସୂଚନା ଅନୁଯାୟୀ ଗୃହମନ୍ତ୍ରୀ ପିଟର ଡୁଟନଙ୍କ ନିକଟରେ କରୋନା ପଜିଟିଭ ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସରେ ସଂକ୍ରମିତ ହୋଇ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୪୩୦୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share