କରୋନା କବଳରେ ରାଜ୍ୟର ୧୯ ଜିଲା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା କବଳରେ ରାଜ୍ୟର ୧୯ ଜିଲା। ପୂର୍ବରୁ ୧୮ଟି ଜିଲାରେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଶନିବାର ଏଥିରେ ଯୋଡ଼ି ହୋଇଛି ନୟାଗଡ଼। ଅପରାହ୍ନରେ ନୟାଗଡ଼ରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେ ସୁରଟ ଫେରନ୍ତା ହୋଇଥିବା ବେଳେ କ୍ୱାରାଣ୍ଟାଇନ୍‌ରେ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦୁଝର, କଳାହାଣ୍ଡି, ଝାରସୁଗୁଡ଼ା, କଟକ, ବଲାଙ୍ଗୀର, ପୁରୀ, କୋରାପୁଟ, ଢେଙ୍କାନାଳ, ଦେଓଗଡ଼ ଆଦି ଜିଲାରେ କରୋନା ଆକ୍ରାନ୍ତ
ପ୍ରକାଶ ଯେ, ଗୋଟିଏପଟେ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପକ୍ଷେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଇତିମଧ୍ୟରେ ଏହି ସଂଖ୍ୟା ୨୯୪ରେ ପହଞ୍ଚିଛି। ସେଥିରୁ ଗଞ୍ଜାମରେ ୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share