ବେଙ୍ଗାଲୁରୁ,୨୭।୩: ଡରାଉଛି କରୋନା। ଏହି ମାହାମାରୀ ଏବେ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ବହୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପାଖରେ ଏକ ପ୍ରକାର ହାର ମାରିଛନ୍ତି କହିଲେ ଚଳେ। ଭାରତରେ ଏକେ କରୋନା ତା’ର କାୟା ବିସ୍ତାର କରି ସାରିଛି। ଏଠାରେ ଦ୍ରୁତ ଗତିରେ ବଢିଚାଲିଥିବା ସଂକ୍ରମିତଙ୍କୁ ଦେଖି ଅନେକ ଲୋକ ଭୟଭୀତ ହୋଇ ଯାଇଛନ୍ତି। ଇତି ମଧ୍ୟରେ ଦକ୍ଷିଣ କନ୍ନଡ ଜିଲାର ସାଜିପାନାଡୁରେ ଜଣେ ୧୦ ମାସର ଶିଶୁଙ୍କ ନିକଟରେ କରୋନା ପଜିଟିଭ ମିଳବା ଫଳରେ ସେଠାକାର ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦକ୍ଷିଣ କନ୍ନଡର ଡେପୁଟି କମିଶନର ସିନ୍ଧୁ ବି. ରୂପେଶ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପରେ କେହି କେହି କହୁଛନ୍ତି ଭାରତ ଏବେ କରୋନା ଭାଇରସ ସଂକ୍ରମଣର ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଶେଷ ପାହାଚରେ ଉପନୀତ ହେଲାଣି।