Categories: ଜାତୀୟ

କରୋନା କବଳରେ ୧୨୧ ଦେଶ

ନୂଆଦିଲ୍ଲୀ,୧୨ା୩: ଚାଇନାର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ମାରାତ୍ମକ କରୋନା ଭୂତାଣୁ ଏବେ ୧୨୧ ଦେଶକୁ ବ୍ୟାପିଲାଣି। ଏଥିରେ ମୋଟ ୧,୨୧,୭୩୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୩୮୨ ଜଣଙ୍କ ମୃତ୍ୟୁ ହେଲାଣି। ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୭୯୦ ହୋଇଥିବାବେଳେ ୩୧୫୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଇଟାଲୀରେ ୧୦,୧୪୯ ସଂକ୍ରମିତ ଓ ୬୩୧ ଜଣଙ୍କ ମୃତ୍ୟୁ ହେଲାଣି। ଇରାନରେ ୯,୦୦୦ କରୋନା ସଂକ୍ରମିତ ହୋଇଥିବାବେଳେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ ରୋଗୀସଂଖ୍ୟା ୭,୭୫୫ ଓ ମୃତକଙ୍କ ସଂଖ୍ୟା ୬୧ ରହିଛି। ସ୍ପେନ୍‌ରେ ୨,୧୮୨ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୪୯ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ ୧,୭୮୪, ଆମେରିକାରେ୧,୦୧୬ ଜଣ, ସ୍ବିଜରଲାଣ୍ଡରେ ୬୫୨, ଜାପାନରେ ୫୮୭ ଜଣ, ନେଦରଲାଣ୍ଡସ୍‌ରେ ୫୦୩, ବ୍ରିଟେନରେ ୪୫୬, ଅଷ୍ଟ୍ରେଲିଆରେ ୧୨୭, ହଂକଂରେ ୧୨୬ ଓ ଇରାକରେ ୭୧ ଜଣ କରୋନା ଆକ୍ରାନ୍ତ। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩୩ ହୋଇଥିବାବେଳେ ଆମେରିକାରେ ୩୧, ସ୍ବିଜରଲାଣ୍ଡରେ ୪, ଜାପାନରେ ୧୨, ନେଦରଲାଣ୍ଡସ୍‌ରେ ୫, ବ୍ରିଟେନରେ ୬, ଅଷ୍ଟ୍ରେଲିଆରେ ୩, ହଂକଂରେ ୩ ଓ ଇରାକରେ ୭ ରହିଛି। ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ତଥା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ନାଡିନେ ଡୋରିସ୍‌ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡିବା ପରେ ସେ ନିଜକୁ ଘରେ ଅନ୍ୟମାନଙ୍କଠାରୁ ଅଲଗା ରଖିଛନ୍ତି।

Share