କରୋନା କରିଛି ଗାଁ ମୁହାଁ: ‘ଟଙ୍କା ନୁହେଁ, ପୁଅ ପାଖରେ ଥାଉ’

ପୁରୀ ଅଫିସ, ୨୪।୩: କରୋନା ଆତଙ୍କ ପାଇଁ ରାଜ୍ୟ ବାହାରେ ରହୁଥିବା ବହୁ ଓଡ଼ିଆ ନିଜ ଭିଟାମାଟିକୁ ଫେରି ଆସିଛନ୍ତି। ଅନେକ ଗାଁରେ ଏବେ ବାହାର ଫେରନ୍ତା ଯୁବକ। ଟଙ୍କା ରୋଜଗାର ଆଶାରେ ଦୀର୍ଘଦିନ ଧରି ଗାଁ ମାଟି ମାଡ଼ିି ନ ଥିବା ପୁଅ ବର୍ତ୍ତମାନ ମା’ ପାଖରେ। ମା’ ବି ପୁଅକୁ ଦେଖି ବେଶ୍‌ ଖୁସି। ଏଭଳି ସ୍ଥିତିରେ ଟଙ୍କା ନୁହେଁ, ପୁଅ ଆମ ପାଖରେ ଥାଉ ବୋଲି କହୁଛନ୍ତି ଅନେକ ମା’।
ସାକ୍ଷୀଗୋପାଳ ଅଞ୍ଚଳର ଜଣେ ଅବିବାହିତ ଯୁବକ ହାଇଦ୍ରାବାଦରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଗତ କିଛିଦିନ ପୂର୍ବରୁ ସେ ଗାଁକୁ ଚାଲିଆସିଥିଲେ। ମେଡିକାଲ ଟିମ୍‌ ପହଞ୍ଚତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ସମ୍ପୃକ୍ତ ଯୁବକଙ୍କ ମା’ କହିଛନ୍ତି, ମୋର ଗୋଟିଏ ବୋଲି ପୁଅ। ଯାହା ହେଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ମୋ’ ପାଖକୁ ଫେରିଆସିଛି। ବର୍ତ୍ତମାନ କରୋନା ପାଇଁ ମୋ’ ମନରେ ଭୟ ଛୁଉଁଥିଲା। ହେଲେ ପୁଅ ପହଞ୍ଚତ୍ବା ପରେ ଆଶ୍ୱସ୍ତ ଲାଗୁଛି। କିନ୍ତୁ ଛୁଟିନାହିଁ ବୋଲି କହି ପୁଣି ଯିବାକୁ ବାହାରୁଛି। ତାକୁ ଆଉ ଛାଡ଼ିବିନି। ମୋର ପଇସା ଦରକାର ନାହିଁ ବୋଲି ଉକ୍ତ ମା’ ଜଣକ କହିଛନ୍ତି। ସେହିପରି ଗୋପ ଅଞ୍ଚଳର ଜଣେ ଯୁବକ ରାଜସ୍ଥାନରେ କାମ କରୁଥିଲେ। ଘରେ କେବଳ ମା’ ରୁହନ୍ତି। ଏବେ ମା’ ଡାକରାରେ ସେ ଗଁାକୁ ଫେରିଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା, କିନ୍ତୁ ସେମିତି କିଛି ଅସୁବିଧା ନାହିଁ। ମା’, ପୁଅ ଦୁହେଁ ଘରେ ରହିଛନ୍ତି। ତାଙ୍କ ମା’ କହିଛନ୍ତି, ସ୍ବାମୀ ନାହାନ୍ତି, ଦୁଇଝିଅ ବି ବାହା ହୋଇଯାଇଛନ୍ତି। ପୁଅ ହେଉଛି ମୋର ସବୁକିଛି। ନିଜେ କିଛି ରୋଜଗାର କରିବ ଏମିତି ଲକ୍ଷ୍ୟରେ ସେ ରାଜସ୍ଥାନ ଯାଇଥିଲା। ପ୍ରତ୍ୟେକ ଦିନ ତା’ କଥା ଭାବି ଝୁରି ହେଉଥିଲି। କିନ୍ତୁ ତା’ ଭବିଷ୍ୟତକୁ ଚାହିଁ ଚୁପ୍‌ ରହୁୁୁଥିଲି। ହେଲେ ଏବେ କରୋନା ପାଇଁ ସେ ମୋ’ କଥା ମାନି ପଳାଇ ଆସିଛି। ଜୀବନ ଆଗ, ଜୀବିକା ପଛ। ଜୀବନ ଥିଲେ ବହୁ ଟଙ୍କା ରୋଜଗାର କରିବ, ନଚେତ ମୂଲ ଲାଗି ପେଟ ପୋଷିବ। ପୁଅ ମୋ’ପାଖରେ ଥାଉ, ଏତିକି ମା’ ମଙ୍ଗଳାଙ୍କୁ ପ୍ରାର୍ଥନା କରୁଛି।
କେବଳ ଏହି ଦୁଇଜଣ ନୁହଁନ୍ତି, ଏବେ ପୁରୀ ଜିଲାର ବିଭିନ୍ନ ଗାଁରେ ପହଞ୍ଚତ୍ଛନ୍ତି ରାଜ୍ୟ ଓ ଦେଶ ଫେରନ୍ତା ଯୁବକ। ଆଉ ଏମାନଙ୍କୁ ପାଖରେ ପାଇ ବେଶ୍‌ ଖୁସି ହେଉଛନ୍ତି ସମ୍ପର୍କୀୟ। ଅବଶ୍ୟ କେଉଁଠି କେମିତି କରୋନା ଆତଙ୍କ ନେଇ ଗାଁ ଲୋକେ ଏମାନଙ୍କୁ ଦେଖି ଆଶଙ୍କା କରୁଛନ୍ତି। ସ୍ନେହ କାଙ୍ଗାଳୁଣୀ ମା’ କିନ୍ତୁ ପୁଅକୁ ପାଖରେ ପାଇ ସବୁକିଛି ପାଇଗଲା ପରି ମନେ କରୁଛି।

Share