କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ ଦୂରେଇ ରହିବା, ଭିଡ଼ରେ ସାମିଲ ନ ହେବା, କରମର୍ଦ୍ଦନ ନ କରିବା, ଆଲିଙ୍ଗନ ନ କରିବା, ନିର୍ଦ୍ଦିଷ୍ଟ ସମୟାନ୍ତରରେ ହାତ ଧୋଇବା ଆଦି ରହିଛି। ଏବେ ସାରା ପୃଥିବୀରେ ଅଭିବାଦନ ଜଣାଇବା ଲାଗି ଭାରତୀୟ ସଂସ୍କୃତିର ପରମ୍ପରା ନମସ୍କାରକୁ ବିଶ୍ୱନେତା ଗ୍ରହଣ କରିସାରିଛନ୍ତି। ସେହିଭଳି ଡାରଉଇନ୍‌ଙ୍କ ଜୈବ ବିବର୍ତ୍ତନବାଦ ଅନୁସାରେ ଲୋକଙ୍କ ମଧ୍ୟରେ ଯେପରି ସର୍ଭାଇବାଲ୍‌ ଅଫ୍‌ ଦି ଫିଟେଷ୍ଟ୍‌ ନେଇ ପ୍ରତିଦ୍ୱିନ୍ଦ୍ୱିତା ସୃଷ୍ଟି ହେଉଥିବା ମନେ ହେଉଛି। କିଛି ସମାଜ ବିଜ୍ଞାନୀଙ୍କ ମତରେ କରୋନା ଗଲା ପରେ ବର୍ତ୍ତମାନ ଦେଖାଦେଇଥିବା ସାମାଜିକ ଧାରାରେ ପରିବର୍ତ୍ତନ ଯୋଗୁ ବହୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଜାରି ହୋଇଥିବା କଟକଣା ଯୋଗୁ ସାମାଜିକ ବ୍ୟବସ୍ଥା ପୁଣି ମୁଖ୍ୟଧାରାକୁ ଫେରିବା ଅବା ସ୍ବାଭାବିକ ହୋଇ ନ ପାରେ। ଲୋକେ ସଚେତନାର ବଶବର୍ତ୍ତୀ ହୋଇ ଆଲିଙ୍ଗନ, ହାତ ମିଳାଇବା ଆଦି ଭଳି ବହୁ ସାଧାରଣ ଔପଚାରିକତାଠାରୁ ନିଶ୍ଚିତ ଭାବେ ଦୂରେଇ ଯିବେ ବୋଲି ସମାଜ ବିଜ୍ଞାନୀ ମତ ଦେଇଛନ୍ତି।

Share