କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !

ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ଗାଁ ନାମ ଥିବା ଏଭଳି ଏକ ମହାମାରୀ ଯେ ଦିନେ ଦୁନିଆରେ ଆତଙ୍କ ସୃଷ୍ଟି କରିବ ତାହା ସେମାନେ କେବେ ମଧ୍ୟ ଚିନ୍ତାକରି ନ ଥିଲେ। ଏବେ ବାହାରର ଲୋକେ ତାଙ୍କ ଗାଁକୁ ଆସିବାକୁ ଡରୁଥିବା ଗ୍ରାମବାସୀ କହିଛନ୍ତି। ଗାଁଟି ସୀତାପୁର ଜିଲାରେ ରହିଛି। କରୋନା ଆତଙ୍କପରେ ଗାଁ ଲୋକେ ଏହାର ନାମ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିବା ଲାଗି ଯୋଜନା କରିଛନ୍ତି। ଏବେ ଏହି ଗାଁ ସୋସିଆଲ୍‌ ମିଡ଼ିଆରେ ନିଜ ନାମକୁ ନେଇ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share