କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍‌

କଟକ ରୋଡ,୧୯।୩ (ଡି.ଏନ୍‌.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ ବଡ଼ଗଡ଼ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ସନ୍ତୋଷ ନାଥ। ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ୩ଯୁବତୀ କଳ୍ପନା ଛକ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଆସିଥିଲେ। ଏହି ସମୟରେ ଅନ୍ୟ ୩ ଯୁବକ ମଧ୍ୟ ତେଲ ପକାଇବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ଆଳବମ ଗୀତ ମାଧ୍ୟମରେ ଯବତୀଙ୍କୁ କମେଣ୍ଟ କରିଥିଲେ। ଏହା ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ପ୍ରଥମେ ବଚାସା ଓ ପରେ ମାରପିଟ ହୋଇଥିଲା। ମାରପିଟ ବେଳେ ସନ୍ତୋଷ ସେମାନଙ୍କୁ ବୁଝାଇବା ପରେ ଗଣ୍ଡଗୋଳ ଅଧିକ ବଢିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କ ସହ ଯୁବତୀ ଓ ଯୁବକଙ୍କୁ ଥାନାକୁ ନେଇଥିଲା। ଏ ନେଇ ୩ଟି ମାମଲା(ନଂ. ୧୦୫, ୧୦୬,୧୦୭/୨୦)ରୁଜୁ ହୋଇଥିବା ଥାନାର ଜଣେ ଅଧିକାରୀ କହିଛନ୍ତି।

Share