କରୋନା ଗୀତକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ପ୍ରାଣଘାତୀ କରୋନା ଭୂତାଣୁକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ କମ୍ପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଞ୍ଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି। ପିଙ୍କି କହିଛନ୍ତି ଯେ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଞ୍ଜନ ନଁାରେ ନାରୀମାନଙ୍କୁ ଅସମ୍ମାନିତ କରିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶାସକ ବିଜେଡିର ଜଣେ ସଦସ୍ୟ। ବିଜେଡି ନାରୀଙ୍କୁ ସମ୍ମାନ ଦେବାର କଥା କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି। ଏଭଳି ଗୀତ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ପିଙ୍କି ଦାବି କରିଛନ୍ତି।

Share