କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍‌ ପ୍ଲେଟ ଚିକେନ

ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା ଦ୍ୱାରା ବ୍ୟାପୁଛି ବୋଲି ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହି ଭ୍ରମ ଧାରଣା ଦୂର କରିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରରେ ଚିକେନ୍‌ ଫୁଲ୍‌ ପ୍ଲେଟ ତରକାରୀର ଦାମ୍‌ ୩୦ ଟଙ୍କାରେ ବିକ୍ରି ହୋଇଥିବା ଶୁଣିବାକୁ ମିଳିଛି। ଗୋରଖପୁର ପୋଲଟ୍ରି ଫାର୍ମା ଆସୋସିଏଶନ ପକ୍ଷରୁ ଏକ ଚିକେନ ମେଳାର ଆୟୋଜନ କରାଯାଇଥିଲା। ସେଠାରେ ଚିକେନ୍‌ ତରକାରୀ ପ୍ଲେଟ ପିଛା ୩୦ ଟଙ୍କା ଦରରେ ମିଳୁଥିବା ବେଳେ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହା ଶେଷ ହୋଇଯାଇଥିବା କହିଛନ୍ତି ଏହାର ଆୟୋଜକ। ଏଠାରେ ଲୋକମାନଙ୍କ ମଧ୍ୟରେ କରୋନା ଭାଇରସ ଚିକେନ, ମାଛ ବା ମାଂସରୁ ବ୍ୟାପୁନାହିଁ ବୋଲି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

Share