କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

ଧାମନଗର,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ କରୋନା ନେଇ ଗୁଜବ ପ୍ରଚାର ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବରହମପୁର ଗ୍ରାମର ଦୁର୍ଯ୍ୟୋଧନ କୁଣ୍ଡୁଙ୍କୁ ଗିରଫ କରିଛି । ଏହି ବ୍ଲକର ଧୂଷୁରୀ ଥାନା ଅଧୀନ ପତ୍ରିିସାହି ଗ୍ରାମରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ସେ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ। ଧାମନଗର ଥାନା ଏଏସ୍‌ଆଇ ମହେଶ୍ୱର ପ୍ରଧାନ ଘଟଣାର ତଦନ୍ତ ଦାୟିତ୍ୱ ନେଇ ଅଭିଯୁକ୍ତଙ୍କୁ ପିଛାକରି ଚୁଡାକୁଟି ବଜାରରେ ଗୁଜବ ପ୍ରଚାର କରୁଥିବା ସମୟରେ ଧରି ଥାନାକୁ ଆଣିଥିଲେ। ଥାନାରେ କେସ୍‌ ନଂ. ୭୨/୨୦ରେ ମାମଲା ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।