କରୋନା ଚିକିତ୍ସା ପାଇଁ କର୍ନାଟକ କରିବ ପ୍ଲାଜମା ଥେରାପିର ବ୍ୟବହାର

ବେଙ୍ଗାଲୁରୁ,୨୧।୪: କରୋନା ସଂକ୍ରମଣ ରୋକିବାକୁ ସବୁ ଦିଗରେ ଚେଷ୍ଟା ଚାଲିଥିବା ବେଳେ ଏବେ ଭାରତରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କର୍ନାଟକରେ ଏବେ ପ୍ଲାଜମା ଥେରାପି ମାଧ୍ୟରେ ଚିକିତ୍ସା କରାଯିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି କର୍ନାଟକର ସ୍ବାସ୍ଥ୍ୟ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର। ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ନିକଟରେ ପ୍ଲାଜମା ଥେରାପିକୁ ନେଇ ଯେଉଁ ଆବେଦନ କରାଯାଇଥିଲା ସେଥିରେ ଆଇସିଏମ୍‌ଆର୍‌ ରାଜି ହୋଇ ଯିବାରୁ ଏବେ କର୍ନାଟକରେ ପ୍ଲାଜମା ଥେରାପିରେ କୋଭିଡ-୧୯ର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି। ଏଚ୍‌.ସି.ଜି. ବେଙ୍ଗାଲୁର ଇନଷ୍ଟଚ୍ୟୁଟ ଅଫ୍‌ ଅଙ୍କୋଲୋଜିର ଡାକ୍ତର ବିଶାଲ ରାଓଙ୍କୁ ସମ୍ବୋଧିତ କରି ଏକ ପତ୍ର ମାଧ୍ୟମରେ ପ୍ଲାଜମା ଥେରାପି ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ବୋଲି ଡାକ୍ତର ସୁଧାକର କହିଛନ୍ତି।

Share