ଫ୍ରାନ୍ସ,୨୮।୫: କରୋନା ଭାଇରସର ଚିକିତ୍ସା ପାଇଁ କିଛି ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ବ୍ୟବାହର କରୁଥିବା ବେଳେ ବୁଧବାର ୟୁରୋପିୟନ ୟୁନିୟନ ଏହାକୁ ବ୍ୟାନ କରିଛନ୍ତି। ଏହାକୁ ନେଇ ଆଉ ଏକ ଗ୍ଲୋବାଲ ଟ୍ରାଏଲକୁ ମଧ୍ୟ ବନ୍ଦ କରି ଦିଆଯାଇଥିବା ଜଣାପଡିଛି। ତେବେ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ ଉତ୍ସାହିତ କରୁଥିଲେ। ଏବେ ତାଙ୍କର ଏହି ଆଶା ମଉଳି ଯାଇଥିବା ଆଲୋଚନା ହେଉଛି। ଫ୍ରାନ୍ସ, ଇଟାଲି ଓ ବେଲଜିୟମ ଭଳି ଦେଶ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାରକୁ ନିଷେଧ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହାର ପ୍ରୟୋଗକୁ ବନ୍ଦ କରିଦେଇଥିଲା।