କରୋନା ଚିନ୍ତାରୁ ଦୂରେଇବା ପାଇଁ ମାଧୁରୀଙ୍କ ଗୀତରେ ନୃତ୍ୟକଲେ ବିଦେଶୀ ମହିଳା

କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। ଏତିକିବେଳେ ଜର୍ମାନର ଜଣେ ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍‌ ଉପାୟ ବାଛିଛନ୍ତି। ସେ ରୋଷେଇ ଘରେ କାମ କରିବା ସମୟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ‘ଏକ୍‌ ଦୋ ତିନ୍‌…’ ଗୀତରେ ନାଚୁଛନ୍ତି। ଉକ୍ତ ମହିଳାଙ୍କର ଜଣେ ବନ୍ଧୁ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ନୃତ୍ୟ କରୁଥିବା ମହିଳା ମାଧୁରୀ ଦୀକ୍ଷିତଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ସେ ଲେଖିଛନ୍ତି। ମହିଳାଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ନିଜେ ମାଧୁରୀ ମଧ୍ୟ ଏହି ଭିଡିଓକୁ ଶେୟାର କରି ଏକ ଖାସ୍‌ ମେସେଜ୍‌ ଦେଇଛନ୍ତି।
ତାଙ୍କୁ ଏହି ଭିଡିଓଟି ପସନ୍ଦ ଆସିଥିବା ସେ ଲେଖିଛନ୍ତି। ଏଥିସହ ସେ ଲେଖିଛନ୍ତି ଏମିତି ଅନେକ କିଛି ଉପାୟ ରହିଛି ଯାହାକରି ଆମେ କରୋନା ଚିନ୍ତାଠାରୁ ଦୂରେଇ ରହିପାରିବା। ଯେମିତିକି, ନୃତ୍ୟ, ଗୀତ ଆଦି ବୋଲି ସେ ଲେଖିଛନ୍ତି।

Share