ବ୍ରହ୍ମପୁର ଅଫିସ,୧୦ା୩- ଭାରତରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ଓ ସଚେତନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାପ୍ରଶାସନ ପକ୍ଷରୁ ସର୍ବସାଧାରଣରେ ଦଳଗତ ହୋଲି ନ ଖେଳିବାକୁ କୁହାଯାଇଥିଲା। କରୋନା ପାଇଁ ବ୍ରହ୍ମପୁରରେ ହୋଲି ଖେଳ ଫିକା ପଡିଛି। ଅନ୍ୟପକ୍ଷରେ ଜିଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ଅନୁରୋଧ କ୍ରମେ ବ୍ରହ୍ମପୁରସ୍ଥିତ ଅନ୍ଧପସରା ରୋଡ଼ରେ ଥିବା ଆବାସିକ ଆଦର୍ଶ ଦୃଷ୍ଟିହୀନ ବଦ୍ୟାଳୟରେ ମଙ୍ଗବାର ଏକ ନିଆରା ଢଙ୍ଗରେ ହୋଲି ଖେଳ ହୋଇଛି। ଉକ୍ତ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀମାନେ ଫୁଲରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଭବାନୀ ଶଙ୍କର ପାଢ଼ିଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ରହି କରୋନା ସମ୍ପର୍କରେ ସଚେତନ କରିଥିଲେ।