କରୋନା: ଜନ ସହାୟତା କେନ୍ଦ୍ର ଆରମ୍ଭ, ଜାରି ହେଲା ଟୋଲ୍‌ ଫ୍ରି ନମ୍ବର ୮୮୮୦୫୯୨୫୯୨

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ମୁକାବିଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି। ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଙ୍ଗଠନଗୁଡିକ ମିଳିତ ଭାବେ ଏକ ଜନସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଃଶୁଳ୍କ ନଂ. ୮୮୮୦୫୯୨୫୯୨ ଜାରି କରିଛନ୍ତି। ଏହି ନମ୍ବରକୁ ଜନସାଧାରଣ ପ୍ରତ୍ୟେକ ଦିନ ସକାଳ ୧୦ରୁ ସନ୍ଧ୍ୟା ୫ ମଧ୍ୟରେ ଫୋନ୍‌ କରି କରୋନା ସମ୍ପର୍କିତ ତଥ୍ୟ ଓ ପରାମର୍ଶ ପାଇବେ ବୋଲି ଶନିବାର ସିଓ୍ବାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି। ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଉକ୍ତ ନମ୍ବରକୁ ଫୋନ କରି ଜନସାଧାରଣ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ କରିପାରିବେ। ସିୱାଇଏସ୍‌ଡି ନିଜ ସହଯୋଗୀ ଅନୁଷ୍ଠାନ ହ୍ୟୁମାନ୍‌ କନ୍‌ଟେକସ୍ଟ, ହେଲ୍‌ଥ ବୁଟ୍‌ ଓ ଆଇନା ଦ୍ୱାରା ଏହାକୁ ପରିଚାଳନା କରିବ।

Share