କରୋନା ଟେଷ୍ଟ୍‌ କିଟ୍‌ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି କିଟ୍‌ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ ୬୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଅଧିକ ଦାମ୍‌ ଦେଇ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ (ଆଇସିଏମ୍‌ଆର୍‌) କାହିଁକି କିଟ୍‌ କିଣିଲା ଏହା ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଅହମ୍ମଦ ପଟେଲ ଦାବି କରିଛନ୍ତି। ଦେଶରେ କରୋନା ମହାମାରୀ ଜାରି ରହିଥିବାବେଳେ ଏଭଳି କାର୍ଯ୍ୟ କେବେ ମଧ୍ୟ ଉଚିତ ନୁହେଁ। ଏଭଳି କେଉଁ ଉଦ୍ଦେଶ୍ୟ ରଖି କରାଗଲା ସରକାରଙ୍କୁ ତାହାର ଉତ୍ତର ଦେବାର ଆବଶ୍ୟକ ବୋଲି ସେ କହିଛନ୍ତି।

Share