କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ କିଟ୍‌ ମାଧ୍ୟମରେ ସେ ଏହି ଟେଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରୁ ଶୁକ୍ରବାର ୧ ଲକ୍ଷ ରାପିଡ ଟେଷ୍ଟ କିଟ୍‌ ଆନ୍ଧ୍ରପ୍ରଦେଶରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏହା ମାଧ୍ୟମରେ ନିଜର କରୋନା ଟେଷ୍ଟ କରିଛନ୍ତି। ଏହି ରାପିଡ ଟେଷ୍ଟ କିଟ୍‌ ଦ୍ୱାରା ମାତ୍ର ୧୦ ମିନିଟ ମଧ୍ୟରେ କରୋନା ଟେଷ୍ଟ କରାଯାଇ ପାରିବ ବୋଲି ଜଣାପଡିଛି।

Share