କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଲା କେଜରିଓ୍ବାଲଙ୍କ ନମୁନା

ନୂଆଦିଲ୍ଲୀ,୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଗଳାରେ ଦରଜ ଅନୁଭବ କରିବା ସହ ଜ୍ୱର ଲାଗିବାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ। କରୋନା ଭଳି ଲକ୍ଷଣ ପ୍ରକାଶ ପାଇବାରୁ ମଙ୍ଗଳବାର ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳ ସୁଦ୍ଧା ଏହାର ରିପୋର୍ଟ ଆସିଯାଇପାରେ ବୋଲି କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କେଜରିଓ୍ବାଲଙ୍କ ଶରୀରର ତାପମାତ୍ରା କମ୍‌ ହୋଇଯିବା ସହ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମଙ୍ଗଳବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ବୈଠକକୁ ବାତିଲ କରି ଦେଇଛନ୍ତି। ତେବେ କେଜରିଓ୍ବାଲ ହୋମ ଆଇସୋଲେଶନରେ ରହିବା ପରେ ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ଏହାସହ ‘ଟେକ କେୟାର ଏକେ’ ବୋଲି ମଧ୍ୟ ଟ୍ରେଣ୍ଡ କରୁଛି। ଏବେ କୁହାଯାଉଛି କି ଯଦି କେଜରିଓ୍ବାଲଙ୍କ ରିପୋର୍ଟ ପଜିଟିଭ ଆସିଲା ତେବେ ସମ୍ପୂର୍ଣ୍ଣ କ୍ୟାବିନେଟ ଓ ତାଙ୍କ ସହ କାମ କରିଥିବା ଟିମ୍‌ର କରୋନା ଟେଷ୍ଟ କରାଯାଇପାରେ। କାରଣ ରବିବାର କ୍ୟାବିନେଟ ବୈଠକ ହୋଇଥିଲା।

Share