କରୋନା ଡର: କେରଳଫେରନ୍ତା ଶ୍ରମିକଙ୍କୁ ଦେଖି ଛାନିଆ

ଜୟପୁର,୧୩।୩ (ଡି.ଏନ୍‌.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନେ କାଳେ କରୋନାରେ ଆକ୍ରାନ୍ତ ଥିବା, ସେଥିପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। କରୋନାର ଶୀକାର ହୋଇ କେରଳରେ କେତେଜଣଙ୍କ ମୃତ୍ୟୁ ହେବା ଖବର ଜାଣିବା ପରେ ଭୟ ବେଶୀ ବଢ଼ିଛି। ଗତ ବୁଧବାର ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ଥଣ୍ଡା, କାଶ ଜ୍ୱର ହୋଇଥିବା ବେଳେ ଗ୍ରାମବାସୀ କରୋନା ଆଶଙ୍କା କରିଥିଲେ। ଯୁବକ ଜଣଙ୍କୁ ପ୍ରଥମେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା। ସେଠାରୁ ଜୟପୁର ଜିଲା ଚିକିସତ୍ାଳୟ ଓ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେ କରୋନାରେ ଆକ୍ରାନ୍ତ ନ ଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣାପଡ଼ିଛି। କେରଳ ଫେରନ୍ତା ଶ୍ରମିକଙ୍କୁ ଗ୍ରାମବାସୀ ସନ୍ଦେହ ଚକ୍ଷୁରେ ଦେଖିବା ସହ ସେମାନଙ୍କୁ ଗ୍ରାମରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ା ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ବାମୁଣିପୁଟ ଗ୍ରାମର ଜଣେ ଏବଂ ନୂଆପୁଟର ୨ଜଣ ଗ୍ରାମବାସୀ କେରଳରୁ ଫେରିଛନ୍ତି ା ଗ୍ରାମବାସୀ ସେମାନଙ୍କ ଗ୍ରାମରେ ରହିବା ନେଇ ଆପତ୍ତି କରିବା ଯୋଗୁ ସେମାନେ ଆଶଙ୍କାରେ ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ...

ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା...

ବଡ଼ ଧରଣର ଅବକାରୀ ଚଢାଉ, ଦେଶୀ ମଦ ଭାଟି ଭାଙ୍ଗିଲେ ଅଧିକାରୀ

ଜୟପୁର,୧୦ା୪(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ...

ଓଡ଼ିଆ ପକ୍ଷ ପାଳନ: ବିଜ୍ଞାନ ଇଣ୍ଟରନେସନାଲ ଡିଗ୍ରୀ କଲେଜ ତରଫରୁ ରକ୍ତଦାନ ଶିବିର

କୋରାପୁଟ,୧୦।୪(ଅମିତାଭ ବେହେରା): ଓଡ଼ିଆ ପକ୍ଷ ପାଳନ ଅବସରରେ ବିଜ୍ଞାନ ଇଣ୍ଟର୍ନେସନାଲ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଗୁରବାର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।...

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image