କରୋନା ତଥ୍ୟ: ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଟପିଲା, ଭାରତରେ ୨୧,୩୯୩ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୮୭ ଆକ୍ରାନ୍ତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ସୁଦ୍ଧା ବିଶ୍ୱରେ ୨୧୦ ଦେଶ, ୨ଜାହାଜ କରୋନା କବଳିତ। ବୁଧବାର ସମଗ୍ର ବିଶ୍ୱରେ ୨୫ ଲକ୍ଷ ୭୨ହଜାର ୬୦୩ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୨୬ ଲକ୍ଷ ୪୮ହଜାର ୩୬୦ରେ ପହଞ୍ଚିଛି। ସେହିଭଳି ୧ ଲକ୍ଷ ୭୮ହଜାର ୫୪୮ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଅଧିକ ୬ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଭାରତରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୫ଲକ୍ଷ ୫୪୨ଟି ନମୂନା ପରୀକ୍ଷଣ ହୋଇଥିଲା। ସେଥିରୁ ୨୧ହଜାର ୩୯୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮୧ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୧୬ ହଜାର ୪୫୪ଟି ଆକ୍ଟିଭ୍‌ କେସ୍‌ ରହିଛି। ଅପରପକ୍ଷେ ଓଡ଼ିଶାରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୧୫ ହଜାର ୯୮୪ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି। ସେଥିରୁ ୮୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୩ରହିଛି। ସେହିଭଳି ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ସଂକ୍ରମିତ ଜିଲା ତାଲିକାରେ ଖୋର୍ଦ୍ଧା ରହିଥିବା ନେଇ ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

Share