କରୋନା ନେଇ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର,୧।୪(ବ୍ୟୁରୋ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା ସାହସ, ଶକ୍ତି ବଜାୟ ରଖିବାକୁ ପଡ଼ିବ। ହେଲେ କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ ସୃଷ୍ଟି କରିବାରେ ଲାଗଥିବା ଦେଖାଯାଉଛି। ବୁଧବାର କରାଯାଉଥିବା ଏକ ଗୁଜବ ଅନୁସାରେ ରାଜ୍ୟରେ ୧୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଏକ ଗୁଜବ, ନିନ୍ଦନୀୟ ଘଟଣା,ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ। କୌଣସି ବ୍ୟକ୍ତି ଏଭଳି କାମ କରିବାର ଦୃଷ୍ଟାନ୍ତ ମିଳିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share