Categories: ଜାତୀୟ

କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍‌ସିଆର୍‌ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍‌ସିଆର୍‌ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ ସ୍ଥାପିତ ହୋଇଛି। ଏହା ସହିତ ସରକାର ୩ ଲକ୍ଷ ୫୦ ହଜାର ମାସ୍କ୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଲୋକଙ୍କ ମଧ୍ୟରେ କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାରିତ କରାଯାଉଛି। ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ସ୍କୁଲଗୁଡ଼ିକ ବନ୍ଦ କରି ଦିଆଯାଇଛି।

Share