କରୋନା ନେଇ ହାଇ ଆଲର୍ଟ: ବୁହାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଇ ପାରୁନି ଜାପାନ

ଟୋକିଓ,୨୮।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। କରୋନା ନେଇ ଜାପାନ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ବୁହାନରେ ଥିବା ନିଜ ନାଗରିକଙ୍କୁ ଦେଶକୁ ଫେରାଇ ନେବାକୁ ଜାପାନ ସରକାର ଅସମର୍ଥ ହୋଇଛନ୍ତି। ବୁହାନରେ ଥିବା ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ମଙ୍ଗଳବାର ବିମାନ ଉଡ଼ାଣ କରାଯିବ ବୋଲି ଜାପାନ ସରକାର ସୋମବାର ସୂଚନା ଦେଇଥିଲେ। ତେବେ ଚାଇନା ସହିତ କେତେକ ବୁଝାମଣା ହୋଇ ନ ପାରିବାରୁ ଜାପାନ ନାଗରିକ ସ୍ବଦେଶ ଫେରି ପାରୁ ନ ଥିବା କୁହାଯାଉଛି। ତେବେ ଶୀଘ୍ର ଏହାର ସମାଧାନ ଲାଗି ଆଲୋଚନା ଆରମ୍ଭ ହୋଇଥିବା ଜାପାନ କହିଛି।

Share