କରୋନା ନେଲାଣି ୩୩ ହଜାର ୫୦୯ ଲୋକଙ୍କ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଇତିମଧ୍ୟରେ ୧୯୯ ଦେଶରେ ପହଞ୍ଚିଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୩ ହଜାର ୫୦୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୋମବାର ସୁଦ୍ଧା ସାରା ପୃଥିବୀରେ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।

Share