Advertisement

କରୋନା ନେଲାଣି ୯ ହଜାର ଜୀବନ

ପ୍ୟାରିସ୍‌/ବେଜିଂ, ୨୦।୩: ସାରା ବିଶ୍ୱରେ କରୋନା ଭୂତାଣୁ ୯ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏବେ ମୃତ୍ୟୁସଂଖ୍ୟା ୯,୦୨୦ରେ ପହଞ୍ଚିଛି। ୟୁରୋପରେ ୪,୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏସିଆରେ ୩,୪୧୬ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ଉତ୍ପତି ସ୍ଥଳ ଚାଇନାରେ ଜଣେ ହେଲେ କରୋନା ସଂକ୍ରମିତ ହୋଇ ନ ଥିବା ଜଣାପଡ଼ିଛି। ହେଲେ ଏବେ ବି ସେଠାରେ ୬,୬୩୬ ବ୍ୟକ୍ତି ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗତ ଡିସେମ୍ବରରେ ପ୍ରଥମେ କରୋନା ଚାଇନାର ଉହାନ ସହରରୁ ମୃତ୍ୟୁର ତାଣ୍ଡବଲୀଳା ରଚିଥିଲା। ପରେ ଦେଶରେ ଏବେସୁଦ୍ଧା ୩,୨୪୫ ମୁଣ୍ଡ ନେଲାଣି ଏହି ଭୂତାଣୁ। ଏବେ ସ୍ଥିତିରେ ସୁଧାର ଆସିଥିଲେ ହେଁ ଭୟ କମିନାହିଁ। ଅନ୍ୟପକ୍ଷରେ ୟୁରୋପ ଏବେ ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୧୨ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ଭୂତାଣୁ ଏଠାରେ ଅତି ଦ୍ରୁତଗତିରେ ସଂକ୍ରମଣ ହେଉଛି। ମୋଟ ୯୦,୨୯୩ ସଂକ୍ରମିତ ବ୍ୟକ୍ତି ଏଠାରେ ଚିହ୍ନଟ କରାଯାଇଥିବା ବେଳେ କୋକୁଆ ଭୟ ସୃଷ୍ଟିହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share