କରୋନା ନେଲା ଆଉ ଏକ ଜୀବନ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ରାଜ୍ୟରେ କରୋନାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲାର। ତାଙ୍କୁ ୭୫ ବଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ଗତ ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ୪ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ଖୋର୍ଦ୍ଧାର ଓ ଆଉ ୨ ଜଣ ଗଞ୍ଜାମ ଜିଲାର ଥିଲେ।

Share