କରୋନା ନେଲା ଆଉ ଏକ ମୁଣ୍ଡ

ମୁମ୍ବାଇ,୨୨।୩: କରୋନା ଭାଇରସ ଏବେ ଆଉ ଏକ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରବିବାର ସକାଳେ ସେଠାରେ ୬୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୨୪ରେ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମୃତ୍ୟୁ ହୋଇଥିବା ୫ମ ବ୍ୟକ୍ତି ଜଣକ ମାର୍ଚ୍ଚ ୧୯ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିକଟରେ କୋଭିଡ-୧୯ ପଜିଟିଭ ମିଳିବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ୨୧ ତାରିଖ ରାତି ପ୍ରାୟ ୧୧ଟା ୦୩ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଉକ୍ତ ବ୍ୟକ୍ତି ଜଣଙ୍କ ଉଚ୍ଚରକ୍ତଚାପ, ହୃଦରୋଗ ଓ ମଧୁମେହର ମଧ୍ୟ ପୀଡ଼ିତ ଥିଲେ।

Share