କରୋନା ନେଲା ହ୍ବିସିଲବ୍ଲୋୟର ଡାକ୍ତରଙ୍କ ଜୀବନ

ବେଜିଂ, ୭-୨:ଯେଉଁ କରୋନା ଭାଇରସ୍‌କୁ ନେଇ ସେ ଲୋକଙ୍କୁ ବୁଝାଇଶୁଝାଇ ସଚେତନ କରୁଥିଲେ, ଶେଷରେ ସେହି ଘାତକ ଭୂତାଣୁ ତାଙ୍କର ଜୀବନ ନେଲା। ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗ(୩୪)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।
ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୫୬୦ ଟପିଲାଣି। ଜଣଙ୍କ ପରେ ଜଣେ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଉହାନ୍‌ କେନ୍ଦ୍ରୀୟ ହସ୍ପିଟାଲରେ ସେ ଚକ୍ଷୁ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଲିଙ୍କ ସ୍ତ୍ରୀ ଏବେ ଗର୍ଭବତୀ ହେବା ସହ ସଂକ୍ରମଣରେ ଚିକିତ୍ସାଧୀନ ଅଛନ୍ତି।
ନେଇ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗରେ ପୋଲିସ ଡାକ୍ତର ଓ୍ବେନ୍‌ଲିଆଙ୍ଗଙ୍କୁ ପୂର୍ବରୁ ଅଟକ ରଖିଥିଲା। ଏହା ସତ ହେବା ପରେ ଡାକ୍ତରଙ୍କ ମୃତ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ଡିସେମ୍ବର ୩୦ରେ ଓ୍ବେନ୍‌ଲିଆଙ୍ଗ ଜଣେ ରୋଗୀଙ୍କୁ ପରୀକ୍ଷା କରି କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ଦର୍ଶାଇଥିଲେ। ଓ୍ବି-ଚାର୍ଟରେ ସେ ଏହାର ଭୟାବହତା ସମ୍ପର୍କରେ ବନ୍ଧୁମାନଙ୍କୁ ସତର୍କ କରାଇଥିଲେ। ସାର୍ସଠାରୁ ଏହା ଭୟଙ୍କର ରୂପ ନେବାର ଆଶଙ୍କା ସେ କରିଥିଲେ। ଅଯଥାରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ସାଙ୍ଗମାନଙ୍କ ସହ ଓ୍ବେନ୍‌ଲିଆଙ୍ଗ ପୋଲିସ ଦ୍ୱାରା ଅଟକ ରହିଥିଲେ। ଜୋର୍‌ ଜବରଦସ୍ତ ଲିଖିତ ଭାବେ ଭୁଲ ସ୍ବୀକାର କରିବା ଲାଗି ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ପରେ କରୋନାର ଆତଙ୍କକୁ କେବଳ ଚାଇନା ନୁହେଁ ବିଶ୍ୱବାସୀ ଅନୁଭବ କଲେ। ହେଲେ ଏନେଇ ବହୁ ପୂର୍ବରୁ ଧ୍ୟାନଆକର୍ଷଣ କରିଥିବା ଡାକ୍ତର ଓ୍ବେନ୍‌ଲିଆଙ୍ଗ ଶେଷରେ ଆଖିବୁଜିଲେ। ଗତ ଜାନୁୟାରୀ ୧୨ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଗୁରୁତର ହେବାରୁ ଆଇସିୟୁରେ ଚିକିତ୍ସା ଚାଲିଥିଲା। ଫେବୃୟାରୀ ୧ରେ ତାଙ୍କର ପଜିଟିଭ୍‌ ବାହାରିଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି।

Share