କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ୩ ଜଣ ଏବଂ ରାଜସ୍ଥାନ-କର୍ନାଟକରେ ଜଣେ ଜଣେ ଲୋକଙ୍କ୍ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶ ଛିନ୍ଦୱାଡ଼ାରେ ଜଣେ ୩୬ ବର୍ଷ ବୟସ୍କ ଯୁବକଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି । ସେହିପରି ଇନ୍ଦୋରରେ ଜଣେ ୮୦ ବର୍ଷ ବୟସ୍କା ମହିଳା ଏବଂ ଅନ୍ୟ ଜଣେ ୪୨ ବର୍ଷ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନରେ ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କର୍ନାଟକ ବାଗଲକୋଟରେ ୭୫ ବର୍ଷ ବୟସ୍କ ବ୍ୟକ୍ତିିଙ୍କ ମୃତ୍ୟୁ ଘଟିଛି । ସେ ଜଣେ ବ୍ୟବସାୟୀ ଥିଲେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ନାହିଁ ।

Share