କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ଇମ୍ରାନ !

ଇସ୍‌ଲାମାବାଦ,୨୧।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ କରୋନା ସଂକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ନିକଟରେ ଫୈଶଲ ଏଧି ନାମକ ଜଣେ ସମାଜିକ କର୍ମୀ ଇମ୍ରାନଙ୍କୁ ଭେଟି ତାଙ୍କ ଫାଉଣ୍ଡେଶନ ପକ୍ଷରୁ ଏକେ ଚେକ୍‌ ପ୍ରଦାନ କରିଥିଲେ। ଏବେ ଫୈଶଳ କରୋନା ଭାଇରସରେ ପୀଡିତ ହୋଇଥିବା ଜଣାପଡିବା ପରେ ଇମ୍ରାନ ମଧ୍ୟ କରୋନାରେ ପୀଡିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ କରୋନା ପୀଡିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହି ସଂଖ୍ୟାକୁ କିନ୍ତୁ ପାକିସ୍ତାନ ସରକାର ଲୁଚାଉଛନ୍ତି ବୋଲି ଆଲୋଚନା ହେଉଛି।

Share