କରୋନା ପଜିଟିଭ୍‌ ଆସିବା ପରେ ଖଇରା ବ୍ଲକର ୨ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଖଇରା,୩୦।୪(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର କନ୍ଦଡା ଗ୍ରାମର ଜଣେ କଲିକତା ଫେରନ୍ତାଙ୍କ ସ୍ବାବ ପଜିଟିଭ୍‌ ଜଣାପଡଛି। ଏହା ପରେ ବାଲେଶ୍ବର ଉପଜିଲାପାଳ କନ୍ଦଡା ସମେତ ପଡୋଶୀ ମହତୀପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ କରାଯାଇଛି। ଗୁରୁବାର ସକାଳେ ଉପଜିଲାପାଳ ନିଲୁ ମହାପାତ୍ର, ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଓ ତହସିଲଦାର ପ୍ରଦିପ ସାହୁଙ୍କ ସହ ସିମୁଳିଆ ପୋଲିସ ପହଞ୍ଚି ସିଲ୍‌ କରିବା ପରେ ଘରୁ ନ ବାହାରିବାକୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଏଥିସହ ପ୍ରଶାସନ କଲିକତା ଫେରନ୍ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜିବା କାମ ଆରମ୍ଭ କରିଥିବା ସୂଚନା ମିଳିଛି।