କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି । ତେବେ ବିଜ୍ଞାନ ଏବଂ ଔଦ୍ୟୋଗିକ ପରିଷଦ(ସିଏସ୍‌ଆଇଆର୍‌)ର ବୈଜ୍ଞାନିକମାନେ ଏକ ପେପର ଷ୍ଟ୍ରିପ୍ କିଟ୍ ପ୍ରସ୍ତୁତ କରିଛନ୍ତି । ଏହାର ବ୍ୟବହାର ଦ୍ୱାରା କମ୍ ସମୟରେ କରୋନା ପଜିଟିଭ୍‌ଙ୍କ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଉଛି । ବୈଜ୍ଞାନିକ ଡ. ସୋବିକ୍ ମୈତି ଏବଂ ଡ. ଦେବଜ୍ୟୋତି ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏହି ଯାଞ୍ଚ୍ କିଟ୍ ପ୍ରସ୍ତୁତିରେ ସଫଳତା ମିଳିଥିବା ସିଏସ୍‌ଆଇଆର୍ କହିଛି । ଏହି କିଟ୍ ଦ୍ୱାରା ମାତ୍ର ୫୦୦ଟଙ୍କାରେ କରୋନା ପଜିଟିଭ୍ ପରୀକ୍ଷା କରାଯାଇ ପାରିବ । ତେବେ ବଜାରକୁ ଏହି କିଟ୍ ଆସିବାକୁ କିଛି ସମୟ ଲାଗିବ ବୋଲି କୁହାଯାଉଛି ।

Share