କରୋନା ପରର ପୃଥିବୀ: ଭିଡ଼ରୁ ଦୂରେଇ ରହିବେ ୪୬ ପ୍ରତିଶତ, ୪୪.୯ ପ୍ରତିଶତ ପିନ୍ଧିବେ ମାସ୍କ୍‌

ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଗ୍ଲୋବାଲ ଡାଟା ଏଜେନ୍ସି ଷ୍ଟେରିଷ୍ଟା ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ପରେ ପୃଥିବୀରେ ବହୁ ସାମାଜିକ ପରିବର୍ତ୍ତନ ଘଟିବ। ୪୬ ପ୍ରତିଶତ ଲୋକ ଭିଡ଼ରୁ ଦୂରେଇ ରହିବାକୁ ପସନ୍ଦ କରିବେ। ସେହିପରି ୫୧ ପ୍ରତିଶତ ଲୋକ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ଏହି ରିପୋର୍ଟ ମୁଖ୍ୟତଃ ଆମେରିକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ତେବେ ଏହାର ନିର୍ଯ୍ୟାସ ସାରା ପୃଥିବୀ ପାଇଁ ଲାଗୁ ହେବ ବୋଲି ଏଥିରେ ଦର୍ଶାଯାଇଛି। କରୋନା ପରେ ଯେ କୌଣସି ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତିରେ ୬୦.୧ ପ୍ରତିଶତ ବିକାଶ ହେବ। ସେହିପରି ୪୪.୯ ପ୍ରତିଶତ ବିନା ମାସ୍କ୍‌ରେ ବାହାରକୁ ଯିବାକୁ ପସନ୍ଦ କରିବେନି। ଘରେ ରହି କାମ କରିବା ପ୍ରକ୍ରିୟାରେ ୩୯ ପ୍ରତିଶତ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ କୁହାଯାଇଛି।

Share