କରୋନା ପରେ ଆମାଜନ-ଆପଲ୍‌-ଫେସ୍‌ବୁକ୍‌-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ ହେବାରେ ଲାଗିଛି। କରୋନା ପରେ ବହୁ ବ୍ୟବସାୟିକ ସଂସ୍ଥାର କାରବାରରେ ସୁଧାର ଆସିବା ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ଆମାଜନ, ଆପଲ୍‌, ଫେସ୍‌ବୁକ୍‌ ଓ ଗୁଗଲର ବ୍ୟବସାୟ କରୋନା ପରେ ଅଧିକ ସୁଦୃଢ଼ ହେବାର ଆଶା ରହିଛି। ମାର୍ଚ୍ଚ ୨୦୧୯ରେ ଡିଜିଟାଲ ବ୍ୟବସାୟର ଅଭିବୃଦ୍ଧି ହାର ୧୧ ପ୍ରତିଶତ ଥିବାବେଳେ ୨୦୨୦ ମାର୍ଚ୍ଚରେ ଏହା ହ୍ରାସ ପାଇ ୪ ପ୍ରତିଶତ ରହିଛି। ସେହିପରି ପ୍ରିଣ୍ଟ୍‌ ମିଡ଼ିଆର ବିକାଶ ହାର ୩ ପ୍ରତିଶତ ଥିବାବେଳେ ଏହା ଏବେ ମାଇନସ୍‌ ୨୫ ପ୍ରତିଶତକୁ ଖସିଆସିଛି ବୋଲି ମାଗ୍ନା ଗ୍ଲୋବ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଟିଭିର ଅଭିବୃଦ୍ଧି ହାର ୦.୪ ପ୍ରତିଶତରୁ ମାଇନସ୍‌ ୧୩ରେ ପହଞ୍ଚିଛି। ଅପରପକ୍ଷରେ ଆମାଜନ, ଆପଲ୍‌, ଫେସ୍‌ବୁକ୍‌ ଓ ଗୁଗଲର ବ୍ୟବସାୟରେ ବିଶେଷ ହ୍ରାସ ପରିଲକ୍ଷିତ ହୋଇନାହିଁ। କରୋନା ପରେ ଫେସବୁକ୍‌ ୨୫ ପ୍ରତିଶତ ନିଯୁକ୍ତି ଦେବାର ଆଶାଥିବାବେଳେ ଆମାଜନରେ ୨୪ ପ୍ରତିଶତ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share