କରୋନା ପାଇଁ ଔଷଧ ଆଣିଲା ପତଞ୍ଜଳି!

ନୂଆଦିଲ୍ଲୀ,୧୩।୬: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗର ଉପଶମ ଲାଗି ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏଥିପାଇଁ ଔଷଧ ବାହାର କରିଥିବା ଦାବି କରିଛି। ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି କରୋନା ମହାମାରୀକୁ ନେଇ ସେମାନେ ଏକ ବିଶେଷଜ୍ଞ ଟିମ୍‌ ନିଯୁକ୍ତ କରିଛନ୍ତି। ଏମାନଙ୍କ ଦ୍ୱାରା ପସ୍ତୁତ ଔଷଧକୁ ପରୀକ୍ଷା ଭିତ୍ତିରେ ଦେବା ସହ କରୋନା ପଜିଟିଭ ଥିବା ରୋଗୀ ୫-୧୪ ଦିନ ମଧ୍ୟରେ ଠିକ୍‌ ହେବା ବା ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ କହିଛନ୍ତି। ତେଣୁ ଆମେ କହୁଛି ଆୟୁର୍ବେଦ ଦ୍ୱାରା କରୋନା ରୋଗୀ ସୁସ୍ଥ ହୋଇପାରିବ। ଏବେ ଏହାର କ୍ଲିନିକାଲ ଟେଷ୍ଟ କରାଯାଇଥିବା ବେଳେ ୪-୫ ଦିନ ମଧ୍ୟରେ ଏହାକୁ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Share