କରୋନା ପାଇଁ କଟକଣା ଜାରିକଲେ ଓଏଚ୍‌ଆରସ

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଭାଇରସ (କୋଭିଡ୍‌-୧୯)ର ମିୁକାବିଲା କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି) କଟକଣା ଜାରି କରିଛନ୍ତି। ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲା କୋର୍ଟରେ ବିଚାର କରାଯିବ। କୋର୍ଟ ପରିସରରେ ବିଚାରପତି, ମାନବାଧିକାର କର୍ମୀ, ଅଭିଯୁକ୍ତ, ଅଭିଯୋଗକାରୀ ଓ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ଆବଶ୍ୟକୀୟ ସଦସ୍ୟ କେବଳ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିି। କମିଶନ ଓ ଓଏଚଆରସି କାର୍ଯ୍ୟାଳୟ ପରିସରରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Share