କରୋନା ପାଇଁ କଟକଣା ଜାରି କଲେ ଲୋକେ ଭୋକରେ ମରିଯିବେ: ଇମ୍ରାନ ଖାଁ

ଇସଲାମାବାଦ୍‌,୧୮।୩: ପାକିସ୍ତାନରେ କରୋନା ଯୋଗୁ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ଦେଶର ବିଭିନ୍ନ ସହରକୁ ପାଶ୍ଚାତ୍ୟ ଦେଶ ଭଳି ଆଇସୋଲେଶନ କରାଯିବା ପାଇଁ କଟକଣା ଜାରି କଲେ ବିଷମ ସ୍ଥିତି ସୃଷ୍ଟି ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି। ଏହା ଦ୍ୱାରା ହୁଏତ ଲୋକେ କରୋନାରୁ ବଞ୍ଚିଯିବେ ତେବେ ପରବର୍ତ୍ତୀ ସମୟରେ ଭୋକରେ ନିଶ୍ଚିତ ହିଁ ମରିଯିବେ ବୋଲି ସେ କହିଛନ୍ତି। ଦେଶର ଆର୍ଥିକ ସ୍ଥିତି ଖରାପ ରହିଛି। ଏଭଳି ସ୍ଥଳେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଶପିଂ ମଲ୍‌, ରେଷ୍ଟୁରାଣ୍ଟ୍‌ ଆଦି ବନ୍ଦ ହେଲେ ଲୋକଙ୍କ ପାଖରେ ଖର୍ଚ୍ଚ କରିବା ଲାଗି ଅର୍ଥର ଘୋର ଅଭାବ ଦେଖାଦେବ। କେତେକ ସହରକୁ ଆଇସୋଲେଶନ କରିବା ଲାଗି ଚିନ୍ତା କରାଯାଇଥିଲା। ମାତ୍ର ବହୁ ବିଚାର ବିମର୍ଷ ପରେ ଏହାକୁ ରଦ୍ଦ କରାଯାଇଥିଲା।

Share