Categories: ଜାତୀୟ

କରୋନା ପାଇଁ କେବଳ ପାରାସିଟାମଲ: ଜଗନ ମୋହନ

ଅମରାବତି,୧୬।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଏସ୍‌ ଜଗନ ମୋହନ ରେଡ୍ଡୀ ଏହାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି। ସେ କହିଛନ୍ତି ଯେଉଁ ବ୍ୟକ୍ତିମାନେ ମଧୁମେହ, ଆଜ୍‌ମା, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ରୋଗରେ ପୀଡ଼ିତ ସେମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ। ଏହାସହ ବୟସ୍କ ଲୋକ ମଧ୍ୟ ଟିକେ ଅଧିକ ସତର୍କ ରହିବା ଜରୁରୀ। ହେଲେ ଅନ୍ୟମାନେ ଏହାକୁ ନେଇ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ତେବେ କରୋନା ଭାଇରସ ପାଇଁ କେବଳ ପାରାସିଟାମଲ ଜରୁରୀ ବୋଲି କହିଛନ୍ତି ଜଗନ ମୋହନ। ବିଦେଶରୁ ଫେରିଥିବା ବ୍ୟକ୍ତିମାନେ ବିଶେଷ କଟକଣାରେ ରହିବା ସହ ଏମାନଙ୍କ ସହ ମିଳାମିଶା ନ କରିବାକୁ ସେ କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏହା କହିଛନ୍ତି।

Share