କରୋନା ପାଇଁ ଚାଇନାକୁ ଦେବାକୁ ପଡ଼ିବ ୨୭ ହଜାର କୋଟି ଡଲାର କ୍ଷତିପୂରଣ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୪: ଚାଇନାର ଉହାନ ମାଂସ ବଜାରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ବହୁ ଲୋକଙ୍କ ଜୀବନ ଯାଇଛି। ଏଥିପାଇଁ ବ୍ରିଟେନ୍‌ ଏବଂ ଆମେରିକା ଚାଇନାକୁ ଦାୟୀ କରିଛନ୍ତି। କ୍ଷତିର ଭରଣା ଲାଗି ଚାଇନାକୁ ୨୭ ହଜାର କୋଟି ଡଲାର ଦେବାକୁ ପଡ଼ିବ ବୋଲି ସେମାନେ ଦାବି କରିଛନ୍ତି। ସେଥିମଧ୍ୟରୁ ବ୍ରିଟେନ୍‌ ୬୫୦୦ କୋଟି ଡଲାର ଦାବି କରିଥିବାବେଳେ ଆମେରିକା ୨୦ ହଜାର କୋଟି ଡଲାରର କ୍ଷତିପୂରଣ ଦାବି କରିଛି। ବ୍ରିଟେନର ହେନେରି ଜ୍ୟାକସନ୍‌ ସୋସାଇଟି ପକ୍ଷରୁ ଏଭଳି ଦାବି କରାଯାଇଛି। ଏହାପୂର୍ବରୁ ଆମେରିକାର ଏକ କମ୍ପାନୀ ପକ୍ଷରୁ ମଧ୍ୟ ଚାଇନା ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଚାଇନା ପକ୍ଷରୁ ଏଭଳି ଅଭିଯୋଗକୁ ଆଧାରହୀନ ବୋଲି କୁହାଯାଇଛି।

Share