କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ

ନରସିଂହପୁର,୨୮ା୫(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମନ୍ଦିରର ୭୦ ବର୍ଷୀୟ ପୂଜକ ସଂସାରୀ ଓଝା ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, କରୋନା ମହାମାରୀ ହଟିବା ପାଇଁ ତାଙ୍କୁ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା। ତେଣୁ ସେ ସରୋଜ ପ୍ରଧାନ ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ବୁଧବାର ରାତିରେ ବଳି ଦେଇଥିବା ସ୍ବୀକାର କରିବା ସହ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୋଲିସ ବଳିରେ ବ୍ୟବହୃତ କଟୁରି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ମାତ୍ର ସାଧାରଣରେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଛି। କୁହାଯାଉଛି, ପୂର୍ବଶତ୍ରୁତା ଯୋଗୁ ଏପରି ଘଟଣା ଘଟିଛି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଠଗଡ଼ ଏସ୍‌ଡିପିଓ କହିଛନ୍ତି।

Share