ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ କୋର୍ଟର ଜଣେ ଓକିଲ ଏବଂ ଜଣେ ମୋହରିର ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ପୁରୀ କୋର୍ଟକୁ ବନ୍ଦ କରାଯାଇଛି। ମୋହରିରଙ୍କ ସ୍ତ୍ରୀ ଜୁଡିସିଆଲ କୋର୍ଟରେ କାର୍ଯ୍ୟରତ ଥିବାରୁ ଜୁଡିସିଆଲ କୋର୍ଟ, ଜିଲାପାଳଙ୍କ ଅଫିସ, ଉପଜିଲାପାଳଙ୍କ ଅଫିସ, ତହସିଲ ଆଦିକୁ ବନ୍ଦ କରିଦିଆଯାଇଛି। ହରିହର ଛକଠାରୁ ଟାଉନ ହଲ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସାଇଟାଇଜ କରାଯାଉଛି। ଏ ନେଇ ଉପଜିଲାପାଳ ଭବ ଚରଣ ସାହୁ ସୂଚନା ଦେଇଛନ୍ତି।