କରୋନା ପାଇଁ ପୋଷ୍ଟର ମାରିଲେ ଯୁବକ, ମାଓବାଦୀଙ୍କୁ ଗାଁ ମନା

ନନ୍ଦପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଂଚଳରେ କୋରାପୁଟ ଯୁବକ ଜାଗରଣ ସମିତି ଗାଁ ଗାଁରେ ପୋଷ୍ଟର ମାରି କରୋନା ବିଷୟରେ ସଚେତନତା ବାର୍ତ୍ତା ଦେଇଛି। ଗାଁର କୌଣସି ଜାନିଯାତ୍ରାରେ ୨/୩ ଜଣରୁ ଅଧିକ ଏକାଠି ନ ହେବା, ପରସ୍ପର ମଧ୍ୟରେ ୨ମିଟର ଦୂରତା ରଖିବା, ମାଓବାଦୀଙ୍କୁ ଗାଁରେ ନ ପଶାଇବା, ସେମାନଙ୍କ ସଭା ସମିତିରେ ଯୋଗ ନ ଦେବା ପାଇଁ ପୋଷ୍ଟରରେ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳ ମାଓବାଦୀ ପ୍ରବଣ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମାଓବାଦୀମାନେ ଆସି ଏଠାକାର ଜଙ୍ଗଲ, ଗାଁରେ ବୁଲିବା ଯୋଗୁ କରୋନା ଭୂତାଣୁ ଅଧିକ ସଂକ୍ରମିତ ଓ ବ୍ୟାପିବାର ଆଶଙ୍କା ରହିଛି।