କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ ଆଡ଼ୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତ ଏହାର ମେଡିସିନ୍‌ ବାହାର କରିଥିବା ବେଳେ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ବାବା ରାମଦେବଙ୍କ ଅନୁଷ୍ଠାନ ପତଞ୍ଜଳି ପ୍ରମାଣ ସହ ପ୍ରଥମ ଥର ପାଇଁ କରୋନା ଭାଇରସ୍‌ର ଆୟୁର୍ବେଦିକ ଔଷଧ କାରୋନିଲକୁ ଲଞ୍ଚ କରିବାକୁଯାଉଛି। ଦ୍ୱିପ୍ରହର ୧ଟାରେ ହରିଦ୍ୱାରର ପତଞ୍ଜଳି ଯୋଗପୀଠରେ ଆଚାର୍ଯ୍ୟ ବାଳକୃଷ୍ଣ ଏହାକୁ ଲଞ୍ଚ କରିବେ ବୋଲି ସୂଚନା ରହିଛି। ଏହି ଅବସରରେ ବାବା ରାମଦେବ ମଧ୍ୟ ଉପସ୍ଥିତ ରହିବେ। ଏଥିସହ ଉକ୍ତ ପରିକ୍ଷଣରେ ସଂମ୍ପୃକ୍ତ ଥିବା ବୈଜ୍ଞାନିକ, ଅନୁସନ୍ଧାନକାରୀ ଓ ଡାକ୍ତରୀ ଦଳ ମଧ୍ୟ ସାମିଲ ରହିବେ। ଏହି ଅନୁସନ୍ଧାନକୁ ପତଞ୍ଜଳି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ପିଆରଆଇ), ହରିଦ୍ୱାର ଆଣ୍ଡ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏନ୍‌ଆଇଏମ୍‌ଏସ୍‌) ଓ ଜୟପୁର ମିଳିତ ଭାବେ କରିଥିବା ଜଣାପଡ଼ିଛି। ଏହି ଔଷଧକୁ ଦିବ୍ୟ ଫାର୍ମାସୀ, ହରିଦ୍ୱାର ଓ ପତଞ୍ଜଳି ଆର୍ୟୁବେଦ ଲିମିଟେଡ ଓ ହରିଦ୍ୱାର ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏନେଇ ପତଞ୍ଜଳି ଯୋଗପୀଠ ପକ୍ଷରୁ ସୂଚନା ଦିଆଯାଇଛି।

Share