କରୋନା ପାଇଁ ପ୍ରଭାବିତ ହେଉଛି ଏଚ୍‌ଆଇଭି ଚିକିତ୍ସା

ଓ୍ବାଶିଂଟନ,୭।୭: ସାରା ବିଶ୍ୱରେ ୨୦୧୯ ଶେଷ ବେଳକୁ ପାଖାପାଖି ୩ କୋଟି ୮୦ ଲକ୍ଷ ଲୋକ ଏଚ୍‌ଆଇଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) ଦ୍ୱାରା ସଂକ୍ରମିତ ହୋଇଥିଲେ। ସୋମବାର ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ଏକ ବାର୍ଷିକ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ବିଶ୍ୱରେ ପ୍ରାୟ ୭୧ ଲକ୍ଷ ଲୋକଙ୍କୁ ଜଣା ନାହିଁ ଯେ ସେମାନେ ସଂକ୍ରମିତ ବୋଲି। ଉକ୍ତ ରିପୋର୍ଟ କହିଛି ୨୦୧୯ରେ କେବଳ ୧୭ ଲକ୍ଷ ଲୋକ ଏଚ୍‌ଆଇଭିରେ ପୀଡ଼ିତ ହୋଇଥିଲେ। ଏବେ ଏମାନଙ୍କ ପାଇଁ ସମସ୍ୟା ଆଣିଛି କରୋନା ଭାଇରସ। ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ-୧୯ର ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏବେ ଏଚ୍‌ଆଇଭି ପୀଡ଼ିତଙ୍କ ଚିକିତ୍ସା ପ୍ରଭାବିତ ହେଉଛି। ଅନ୍ୟପଟେ ଏହାକୁ ରୋକିବାକୁ ହେଲେ ଆମେ ଆହୁରି ୧୦ ବର୍ଷ ପଛକୁ ଚାଲିଯିବା ବୋଲି ବିଶେଜ୍ଞମାନେ କହୁଛନ୍ତି। ସାରା ବିଶ୍ୱରେ ଏଚ୍‌ଆଇଭି ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ଓ ଏବେ ଏହାର ଚିକିତ୍ସା କରାଯାଇ ନ ପାରିବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

Share