କରୋନା ପାଇଁ ବଦଳିଲା ଅଭିନେତ୍ରୀମାନଙ୍କ ଏୟାରପୋର୍ଟ ଲୁକ୍‌; ମେମେ ଶେୟାର କରି ମନକଥା କହିଲେ ମଲାଇକା

ବମ୍ବେ: ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି କରୋନା। ଚାଇନାରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି ଏହି ସଂକ୍ରମଣ। ଭାରତରେ ତିନିଜଣ କରୋନା ରୋଗୀ ଚିହ୍ନଟ ପରେ ଏବେ ବିମାନବନ୍ଦରରେ ଗ୍ରହଣ କରାଯାଇଛି ସତର୍କତା। ଏଥିସହ ବିଦେଶ ଗସ୍ତ ଉପରେ ଲାଗିଛି କଟକଣା। ଫଳରେ ଅଭିନେତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଭଳି ଜଣେ ହେଲେ ମଲାଇକା ଅରୋରା।

ନିଜ ସୋସିଆଲ ପୃଷ୍ଠାରେ ଏକ ମେମେ ଶେୟାର କରିଛନ୍ତି ମଲାଇକା। ୨୦୧୯ରେ କରୋନା ଆସିବା ପୂର୍ବର ବିମାନବନ୍ଦର ଲୁକ୍‌ ଆଉ ୨୦୨୦ର ବିମାନବନ୍ଦର ଲୁକ୍‌ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଆସିଯାଇଥିବା ସେ ମେମେ ଜରିଆରେ କହିଛନ୍ତି। ପୂର୍ବରୁ ହଟ୍‌ ଲୁକ୍‌ରେ ଅଭିନେତ୍ରୀମାନେ ଏୟାରପୋର୍ଟରେ ନଜରକୁ ଆସୁଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଦେହକୁ ଘୋଡ଼ାଇ ଯିବାକୁ ପଡ଼ୁଛି। ମଲାଇକାଙ୍କ ପୋଷ୍ଟରୁ ଯାହା ଜଣାପଡ଼ୁଛି, ଅଭିନେତାମାନେ କରୋନାକୁ ନେଇ ସତର୍କ ହୋଇଗଲେଣି।

Share