କରୋନା ପାଇଁ ବନ୍ଦ ହେଲା ‘ରାଜଧାନୀ ପ୍ରତିଷ୍ଠା ଦିବସ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର ରାଜଧାନୀ ପ୍ରତିଷ୍ଠା ଦିବସ। ହେଲେ କରୋନା ଯୋଗୁ ରାଜ୍ୟବାପୀ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏହି ଦିବସକୁ ପାଳନ ନ କରିବାକୁ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ନିଷ୍ପତ୍ତି କରିଛି। ଭବିଷ୍ୟତରେ ଏହାକୁ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯିବ। ହେଲେ ଏବେ ଏହାକୁ କରାଯାଇପାରୁ ନ ଥିବାରୁ କମିଟି ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ ରାଜଧାନୀବାସୀଙ୍କୁ ଏହି ଦିବସର ଶୁଭକାମନା ଜ୍ଞାପନ କରାଯାଇଛି। କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି। ତେବେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରୁ ଭୁବନେଶ୍ୱରରେ ନୂତନ ରାଜଧାନୀର ଶିଳାନ୍ୟାସ କରାଯାଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ। ଏହି ଦିନଟିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଗତ ୩୦ ବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଆସୁଛି।

Share