କରୋନା ପାଇଁ ମୋ ବସ୍‌ରେ ସ୍ବତନ୍ତ୍ର ବିଶୋଧନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସମସ୍ତ ମୋ ବସ୍‌ ଓ ବସ ଷ୍ଟପରେ ସ୍ବତନ୍ତ୍ର ବିଶୋଧନ କରାଯାଇଛି। ମୋ ବସ୍‌ର ସିଟ ତଳ, ଷ୍ଟେରିଙ୍ଗ୍‌, ହାତ ରଖିବା ସ୍ଥାନ ତଥା ସଂକ୍ରମଣ ଆଶଙ୍କା ରହିଥିବା ସ୍ଥାନଗୁଡିକରେ ଆଲ୍‌କହଲ ଯୁକ୍ତ ବିଶୋଧନରେ ସଫା କରାଯାଉଛି। କରୋନା ଯୋଗୁ ବିଶୋଧନ ପ୍ରକ୍ରିୟାର ମାତ୍ରା ବୃଦ୍ଧି କରାଯାଉଛି। ଏଥିପାଇଁ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଭିନ୍ନ ପରିବହନ ସେବାର କାର୍ଯ୍ୟକ୍ରମକୁ ତର୍ଜମା କରି ଏକ ସ୍ବତନ୍ତ୍ର ସଂସ୍ଥାକୁ ଏହି ବିଶୋଧନ କାର୍ଯ୍ୟରେ ବିନିଯୋଗ କରାଯାଇଛି। ଏହାଦ୍ୱାରା ମୋ ବସ୍‌ ସମ୍ପୂର୍ଣ୍ଣ ରୂପେ ଭୂତାଣୁ ଓ ଜୀବାଣୁ ମୁକ୍ତ ହୋଇପାରିବ ବୋଲି କ୍ରୁଟ୍‌ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Share