କରୋନା ପାଇଁ ସଚେତନ କରୁଛନ୍ତି ଡାକ୍ତରୀ ଟିମ୍‌

ମାଥିଲି/ଗୋବିନ୍ଦପଲି,୨୮।୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳର ବିଭିନ୍ନ ଆଦିବାସୀପଡା ଗ୍ରାମରେ ବୁଧବାର ଡାକ୍ତରୀଦଳ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ଆଦିବାସୀ ଗ୍ରାମଗୁଡିକରେ ଘରକୁ ଘର ବୁଲି କରୋନାକୁ ଭୟ ନ କରି ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ମାଥିଲି ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଏପରି ସଚେତନ କରୁଛନ୍ତି। ସରପଞ୍ଚ ଗୌରୀ ବଟେ ମଧ୍ୟ ଡାକ୍ତରୀ ଦଳଙ୍କ ସହ ଉପରସାହି, ଦେଉଳସାହି, ପୋଷ୍ଟଅଫିସ ସାହି, ହାଟପଦାସାହି ବୁଲି ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ହାତ ସାବୁନରେ ଧୋଇବା, କୌଣସି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।